1
01:28:56,497 --> 01:28:59,375
ଗୋବର୍ଦ୍ଧନ ପଣ୍ଡା: ବଣ୍ଡାକ୍ ସମ୍ପ୍ରଦାୟର ପୁରୁଣା କଥା

2
01:29:01,794 --> 01:29:04,464
(ବଣ୍ଡା ଭାଷାରେ) 'ବଣ୍ଡାକ୍ ଅଞ୍ଚଳର ମୁଦୁଲି ଲୋକ,

3
01:29:04,464 --> 01:29:08,051
ବୁରସୁଂ ପାହାଡ଼ରେ ଘର କଲେ ଦେଖ ।

4
01:29:08,468 --> 01:29:11,679
ପ୍ରଥମେ ମୁଦୁଲି ଗାଁ ବସେଇଲା,

5
01:29:11,679 --> 01:29:15,433
ଧାଙ୍ଗଡ଼ାମାଝିଙ୍କୁ ବଇଦ ହେବା ପାଇଁ ଡାକିଲା ।

6
01:29:16,100 --> 01:29:18,728
ଏମାନଙ୍କ ସଙ୍ଗେ କିର୍ସାନି ଲୋକ,

7
01:29:18,728 --> 01:29:23,191
ମୁଦୁଲିପଡ଼ାରେ ଖାଇଲେ ଚରୁ (ପୂଜା) ଭାତ ।'

8
01:29:24,192 --> 01:29:26,444
ବଣ୍ଡାକ୍ ଅଞ୍ଚଳରୁ ମୁଦୁଲି ଲୋକ

9
01:29:26,611 --> 01:29:28,112
ପ୍ରଥମେ ଆସିଲେ ।

10
01:29:28,780 --> 01:29:31,949
'ବୁର୍ସୁଂକୁଣ୍ଡା' ବା ଧରିତ୍ରୀ ପାହାଡ଼ ଯାହାକୁ ସେମାନେ କହନ୍ତି

11
01:29:32,408 --> 01:29:34,202
ସେ ପାହାଡ଼ରେ ଘରକରି ରହିଲେ ।

12
01:29:35,661 --> 01:29:36,287
ପ୍ରଥମେ...

13
01:29:37,288 --> 01:29:39,624
ମୁଦୁଲି ଲୋକ ଘର ବସେଇଲେ...ଗାଁ ବସେଇଲେ ।

14
01:29:40,291 --> 01:29:44,170
ତା'ପରେ...ଧାଙ୍ଗଡ଼ାମାଝି ସାଜ୍ଞିଆ ଲୋକଙ୍କୁ

15
01:29:44,670 --> 01:29:46,130
ଦିସାରୀ କାମ ପାଇଁ ଦରକାର ଥିଲା, 

16
01:29:46,130 --> 01:29:47,381
ସେମାନଙ୍କୁ ଡାକିଆଣିଲେ ।

17
01:29:48,758 --> 01:29:51,469
ତାଙ୍କ ସହିତ କିଛି କିର୍ସାନି ଲୋକ ମଧ୍ୟ

18
01:29:51,469 --> 01:29:52,804
ତାଙ୍କ ସହିତ ଆସିଥିଲେ ।

19
01:29:55,014 --> 01:29:58,059
'ଗଦବା ଲୋକ ଜମି ଖୋଜି ଖୋଜି

20
01:29:58,059 --> 01:30:03,189
ହାଲିଆ ହୋଇ "ମୁନାଙ୍ଗମ୍" (ବଡ଼ ଗାଁ/ମୁୁଦୁଲିପଡ଼ା)ରେ ଗଲା ପହଞ୍ଚି ।

21
01:30:04,232 --> 01:30:07,402
ମୁଦୁଲି କହିଲା ସିସା ଏଇଠି ରହିବ,

22
01:30:07,402 --> 01:30:11,739
ଗାଁ ଲୋକଙ୍କ ପାଇଁ ଧରଣୀ ପୂଜା କରିବ ।

23
01:30:13,241 --> 01:30:16,661
ସୁନ୍ଦର ଜମି ଡଙ୍ଗର ଏଠି ବହୁତ ମିଳିଲା,

24
01:30:17,495 --> 01:30:21,999
ମାଣ୍ଡିଆ ସୁଆଁ ଭଲ ପାଚିଲା ।'

25
01:30:22,917 --> 01:30:26,546
ଗୁତବେ—ଯେଉଁଟାକି ଗଦବା ଗୋଷ୍ଠୀର କିଛି ଲୋକ

26
01:30:29,090 --> 01:30:30,508
ଜମି ଡଙ୍ଗର ଖୋଜିଖୋଜି

27
01:30:31,801 --> 01:30:33,052
ବଡ଼ଗାଁ ପାଖରେ ପହଞ୍ଚିଲେ ।

28
01:30:35,304 --> 01:30:36,848
ସିସାଲୋକ—ସେମାନେ ପୂଜାରୀ ଲୋକ ।

29
01:30:37,682 --> 01:30:39,433
ମୁଦୁଲି କହିଲେ

30
01:30:39,433 --> 01:30:41,644
ସିସା...ସିସାମାନେ ଏଇଠି ରହିବେ । 

31
01:30:42,770 --> 01:30:43,354
'ଗମ୍ ରେମନ୍

32
01:30:43,729 --> 01:30:44,939
ସା ମାଏ ଆବୁର୍‌ସୁମ୍ ଗେତ'

33
01:30:45,273 --> 01:30:46,232
ଗାଁ ଲୋକଙ୍କ ପାଇଁ

34
01:30:46,649 --> 01:30:47,859
ସେ ଧରିତ୍ରୀ ପୂଜା କରିବେ ।

35
01:30:48,860 --> 01:30:52,905
ବହୁତ ସୁନ୍ଦର ସୁନ୍ଦର...ଜମି ଡଙ୍ଗର ଏଠି ଥିଲା ।

36
01:30:53,739 --> 01:30:57,910
ସୁଆଁ...ମାଣ୍ଡିଆ ସୁନ୍ଦର ବହୁତ...ହେଲା । 

37
01:30:58,953 --> 01:31:02,206
'ଥରେ ମାଣ୍ଡିଆ ଧାନ ଫସଲ ନ ଫଳିଲା,

38
01:31:02,206 --> 01:31:05,877
ଗାଁ ନାଏକ ପୂଜାରୀକୁ ଚିନ୍ତା ଘାରିଲା ।

39
01:31:07,044 --> 01:31:10,798
'ମୁନାରେମ' (ବଡ଼ଠାକୁର) ସପନରେ [ମୁଦୁଲିକୁ] କହିଲେ,

40
01:31:10,798 --> 01:31:14,594
ଯା'ରେ ଯା' ବୁର୍କା 'ଦାନ୍ତିମ୍' (ଗାଁ ନାଁ) ଯା' ବୋଇଲେ ।

41
01:31:14,969 --> 01:31:18,472
'ଦାନ୍ତୁମ୍' ବାକୁକୁ (ଲୋକ ନାଁ) ଯେବେ ଆଣିବୁ,

42
01:31:18,472 --> 01:31:22,602
ଧାନ ମାଣ୍ଡିଆ ତେବେ ପଚେଇବୁ ।'

43
01:31:24,020 --> 01:31:28,232
ଥରେ...ସେମାନଙ୍କର...ଫସଲ ଆଦୌ ହେଲାନାହିଁ

44
01:31:30,651 --> 01:31:31,569
ଫସଲ ନ ହେବାରୁ

45
01:31:32,278 --> 01:31:37,116
ଗାଁର...??ଦାର-??ଦାର-ନାୟକକୁ-ମୁଦୁଲିକୁ ବହୁତ ଚିନ୍ତା ଆସିଲା ।

46
01:31:39,744 --> 01:31:41,204
ଦିନେ ସେ ରାତିରେ ଶୋଇଚି ।

47
01:31:43,831 --> 01:31:46,042
ବଡ଼ଠାକୁର ସ୍ୱପ୍ନରେ ତାଙ୍କୁ

48
01:31:46,042 --> 01:31:48,586
ମୁନାନାୟକ-ବଡ଼ନାୟକକୁ କହିଲେ—

49
01:31:49,670 --> 01:31:50,421
"ବୁର୍କା ମୁଦୁଲି,

50
01:31:50,838 --> 01:31:52,048
ତୁ ଦାନ୍ତିମ୍ ଗାଁକୁ ଯିବୁ ।

51
01:31:52,798 --> 01:31:55,134
ସେଠାରେ ଥିବା...ବାକୁ ମାନ୍ଦ୍ରାକୁ

52
01:31:55,593 --> 01:31:56,719
ତୁ ଡାକିଆଣିବୁ ।

53
01:31:57,428 --> 01:31:59,680
ସେ ଆସି ତମର ବିହନ ଏଠି ପୂଜାକରିବ ।

54
01:32:00,223 --> 01:32:01,766
ତେବେ ତମର ଫସଲ ଭଲ ହବ ।"

55
01:32:04,018 --> 01:32:07,021
'ସେ ଆସି ଧାନ ବିହନ ପୂଜା କରିବ,

56
01:32:07,021 --> 01:32:09,899
ସେ ବିହନକୁ ସମସ୍ତେ ବାଣ୍ଟିନେବ ।

57
01:32:10,191 --> 01:32:13,236
ଘର ଧାନ ବିହନରେ ମିଶାଇ ଦେବ,

58
01:32:13,236 --> 01:32:16,280
ତାହାକୁ ବୁଣି ପଲା ଧାନ ରୋଇବ ।

59
01:32:16,530 --> 01:32:19,158
ଧାନ ଫସଲ ତୁମର ବହୁତ ଫଳିବ,

60
01:32:19,158 --> 01:32:23,162
ମାଣ୍ଡିଆ, ସୁଆଁ ଭଲ ପାଚିବ ।'

61
01:32:25,331 --> 01:32:27,166
ସେ ବାକୁ ମାନ୍ଦ୍ରା ଆସି ଏଠି

62
01:32:27,166 --> 01:32:29,293
ତମର ଧାନବିହନ ପୂଜାକରିବ,

63
01:32:29,835 --> 01:32:31,379
ତମେ ପହ୍ଲା ପକେଇବ, 

64
01:32:32,838 --> 01:32:34,590
ଆଉ ଧାନ ରୋଇବ ।

65
01:32:34,924 --> 01:32:37,385
ଦେଖିବ ତମର ବହୁତ ସୁନ୍ଦର ଫସଲ ହବ ।

66
01:32:39,387 --> 01:32:41,514
ସୁଆଁ ମାଣ୍ଡିଆ ମଧ୍ୟ ବହୁତ ଭଲ ହବ ।

67
01:32:41,681 --> 01:32:44,600
'ମୁନାରେମ' (ବଡ଼ଠାକୁର) କହିଗଲେ

68
01:32:44,600 --> 01:32:47,895
ସକାଳେ ନାୟକ ଚେଇଁଲେ

69
01:32:48,354 --> 01:32:51,399
ବୁର୍କା ମୁଦୁଲି ସବୁଲୋକଙ୍କୁ 

70
01:32:51,399 --> 01:32:54,402
"ସିନ୍ଦିବୋର" (ସଭାସ୍ଥଳୀ)ରେ ଡାକିଲା କହିବାକୁ

71
01:32:54,902 --> 01:32:58,489
ରାତି-ରାତିରେ ମୁଁ ସପନ ଦେଖିଛି

72
01:32:58,489 --> 01:33:02,868
ବଡ଼ଠାକୁର ସଙ୍ଗେ କଥା ହୋଇଛି ।'

73
01:33:04,078 --> 01:33:10,710
ରାତିରେ...ଠାକୁର...ବଡ଼ଠାକୁର ମୁଦୁଲିକୁ କହି ଚାଲିଗଲେ

74
01:33:11,544 --> 01:33:15,464
ବୁର୍କା ମୁଦୁଲି ସକାଳେ ଗାଁ ଲୋକଙ୍କୁ ଡାକିଲା ସିନ୍ଦିବୋରଠାରେ

75
01:33:15,464 --> 01:33:17,508
ତାଙ୍କର ମିଳନ ପୀଠକୁ

76
01:33:17,717 --> 01:33:18,676
ଆଉ ସମସ୍ତଙ୍କ ଆଗରେ

77
01:33:18,676 --> 01:33:21,887
ସେ ସେଇକଥା...ରାତିରେ ସ୍ୱପ୍ନ ଦେଖିଥିବା କଥା କହିଦେଲା ।

78
01:33:22,513 --> 01:33:24,765
"ମୁଁ ରାତିରେ ସ୍ୱପ୍ନ ଦେଖିଚି ।

79
01:33:25,474 --> 01:33:27,935
ବଡ଼ଠାକୁର ସାଙ୍ଗେ ମୁଁ ନିଜେ କଥା ହେଇଚି ।

80
01:33:29,562 --> 01:33:31,063
ବୁର୍କାକୁ ଡାକିଆଣିବା ପାଇଁ...

81
01:33:32,982 --> 01:33:35,901
..ବାକୁ ବାନ୍ଦ୍ରାକୁ ଡାକିଆଣିବା ପାଇଁ ମୋତେ ଠାକୁରେ କହିଛନ୍ତି ।

82
01:33:36,360 --> 01:33:38,446
ତେଣୁ ଆମେ ଯାଇ ତାକୁ ଡାକିଆଣିବା ।"

83
01:33:38,446 --> 01:33:38,946
ମୁଁ ହି ଦାନ୍ତିମ ଗାଁକୁ ଯିବି, ସେଠାରୁ ବାକୁକୁ ଡାକିଆଣିବି

84
01:33:39,322 --> 01:33:43,409
'ବୁର୍କା ବାକୁକୁ ଡାକି ଯାଉଥିଲା,

85
01:33:43,659 --> 01:33:47,913
ଜଙ୍ଗଲେ ବାଟ ଭୁଲି ଘରକୁ ଫେରିଲା ।

86
01:33:48,122 --> 01:33:51,459
ନାଗା (କିର୍ସାନି) ସାଙ୍ଗେ ବୁର୍କା ପୁଣି ବାହାରିଲା,

87
01:33:51,459 --> 01:33:55,504
ବହୁ କଷ୍ଟେ ଦୁହେଁ ଦାନ୍ତିମ୍ ଗଲେ ।

88
01:33:55,796 --> 01:33:59,634
ପୁଅ ସଙ୍ଗେ ମା' ଘରେ ଥିଲା,

89
01:33:59,634 --> 01:34:03,637
ବାକୁ ପଦାକୁ ଚାଷ କରି ଯାଇଥିଲା

90
01:34:04,555 --> 01:34:07,350
ଏ ଦୁହେଁ ବସି ବିଚାରକଲେ,

91
01:34:07,350 --> 01:34:11,979
ବିଲକୁ ଯାଇ ବାକୁକୁ ଚିହ୍ନିଲେ ।'

92
01:34:13,898 --> 01:34:18,569
ବୁର୍କା ମୁଦୁଲି ପ୍ରଥମେ...ବାହାରିଲା...ବାକୁ ମାନ୍ଦ୍ରାକୁ ଆଣିବା ପାଇଁ ।

93
01:34:19,070 --> 01:34:20,529
କିନ୍ତୁ କିଛି ଦୂର ଗଲା ପରେ

94
01:34:20,821 --> 01:34:23,866
ରାସ୍ତାରେ...ରାସ୍ତା ଭୁଲି ଆଉ ଯାଇପାରିଲାନି ।

95
01:34:23,866 --> 01:34:25,201
ଗାଁକୁ ପୁଣି ଫେରିଆସିଲା ।

96
01:34:25,534 --> 01:34:27,453
ତା' ପରେ...କିଛି ଦିନ ପରେ

97
01:34:28,454 --> 01:34:30,289
ନାଗା କିର୍ସାନି ସହ ଦୁହେଁ ମିଶି

98
01:34:30,498 --> 01:34:32,083
ବଡ଼ କଷ୍ଟରେ ଜଙ୍ଗଲ ହାଣିହାଣି

99
01:34:32,083 --> 01:34:34,794
ରାସ୍ତା କରିକରି...ଯାଇକିରି ଦାନ୍ତିଂ ଗାଁରେ ପହଞ୍ଚିଲେ ।

100
01:34:35,336 --> 01:34:37,088
ଯାଇ ସେଠି ଦେଖିଲେ...ବାକୁ ଘରେ

101
01:34:37,296 --> 01:34:39,673
ବାକୁ ଜମିକୁ ଯାଇଛି ଚାଷକରିବା ପାଇଁ

102
01:34:40,132 --> 01:34:43,677
ତା' ସ୍ତ୍ରୀ...ଛୁଆକୁ ଶୁଏଇ...ପାଣିଆଣିବାକୁ ଯାଇଛି

103
01:34:46,931 --> 01:34:50,101
'ଏ ଦୁହେଁ ବସି ବିଚାରକଲେ,

104
01:34:50,101 --> 01:34:52,770
ବିଲକୁ ଯାଇ ବାକୁକୁ ଚିହ୍ନିଲେ ।

105
01:34:52,937 --> 01:34:55,856
ଯୁଆଳି ଏକ ପାଖେ ବାନ୍ଧିଛି ବଳଦ,

106
01:34:55,856 --> 01:34:59,819
ଆର ପାଖେ ବାନ୍ଧିଛି ମହାବଳ ବାଘ ।

107
01:35:00,069 --> 01:35:04,198
ନାଗ ସାପକୁ ସେ ଦଉଡ଼ି  କରୁଛି,

108
01:35:04,198 --> 01:35:08,244
ପଥରେ ଚାଷକରିବା ୟାଙ୍କ ନୟନ ଦେଖୁଛି ।'

109
01:35:09,453 --> 01:35:11,997
ଏମାନେ ଦୁହେଁ ବସି ବିଚାର କଲେ...

110
01:35:12,581 --> 01:35:16,127
ଦେଖିଲେ...ବାକୁ ଯାଇଛି...ଜମିକୁ ଚାଷକରିବା ପାଇଁ ।

111
01:35:16,377 --> 01:35:18,462
ତ ଦୁହେଁ ଯାଇକି ବାକୁ ପାଖରେ ପହଞ୍ଚିଲେ ।

112
01:35:19,004 --> 01:35:21,507
ଦୂରରୁ ଦେଖିଲେ ଯେ ବାକୁ ଚାଷକରୁଚି ।

113
01:35:21,882 --> 01:35:25,719
ଗୋଟେ ପଟେ ବଳଦ, ଆଉ ଗୋଟେ ପାଖେ ଅଛି ମହାବଳ ବାଘ ।

114
01:35:26,345 --> 01:35:29,265
ନାଗ ସାପକୁ ସେ ଦଉଡ଼ି କରିକରି ସେ ଚାଷକରୁଚି ।

115
01:35:33,269 --> 01:35:36,689
ତା' ପରେ ସେଠୁ ଫେରିଆସିଲେ ବୁର୍କା, ନାଗା ବାକୁର ଘରକୁ ।

116
01:35:37,565 --> 01:35:40,860
'ବୁର୍କା ନାଗା ବାକୁର ଘରକୁ ଫେରିଲେ,

117
01:35:41,277 --> 01:35:45,614
ପୁଅକୁ ଶୁଆଇ ମା' ପାଣି ଆଣି ଯାଇଥିଲେ ।

118
01:35:46,031 --> 01:35:49,285
ଚତୁର ନାଗା ବୁର୍କାକୁ କହୁଛି,

119
01:35:49,285 --> 01:35:52,288
ସୁବର୍ଣ୍ଣ ସୁଯୋଗ ଆମକୁ ଏବେ ମିଳିଛି ।

120
01:35:53,831 --> 01:35:57,084
ଏଇ ଶିଶୁକୁ ଚୋରାଇ ନେଇଯିବୁ,

121
01:35:57,084 --> 01:36:00,796
ଆମେ ବାକୁକୁ ପାଇପାରିବୁ ।'

122
01:36:02,506 --> 01:36:06,343
ବୁର୍କା ନାଗା..ବାକୁର ଘରକୁ ଆସି...ଦେଖିଲେ

123
01:36:06,927 --> 01:36:11,265
ଯେ...ବାକୁ ଚାଷରେ ଲାଗିଚି ।

124
01:36:11,640 --> 01:36:16,395
ତା' ସ୍ତ୍ରୀ...ପୁଅକୁ ଶୁଆଇ ଦେଇ...ସେ ପାଣିଆଣିବାକୁ ଯାଇଛି ।

125
01:36:17,480 --> 01:36:20,691
ଚାଲାକ ବୁର୍କା...ନାଗା କିର୍ସାନି ଚାଲାକଟା ।

126
01:36:21,233 --> 01:36:24,236
ସେ...ବୁଝେଇଲା ମୁଦୁଲିକୁ,

127
01:36:24,570 --> 01:36:26,822
"ବାବୁ ଏଇଟା ଆମକୁ ସୁବର୍ଣ୍ଣ ସୁଯୋଗ ଆସିଚି

128
01:36:27,531 --> 01:36:30,576
ଯେଛୁଆକୁ ଶୁଏଇ ସେ ଚାଲିଯାଇଛି ପାଣିଆଣିବା ପାଇଁ ।

129
01:36:30,951 --> 01:36:33,037
ଆଉ ବାକୁ ମଧ୍ୟ ଘରେ ନାହିଁ । ସେ ଜମିରେ ଅଛି ।

130
01:36:33,370 --> 01:36:36,332
ତେଣୁ ଏ ପିଲାଟାକୁ ଆମେ ଯଦି ଚୋରେଇକରି ନେଇଯିବା

131
01:36:37,333 --> 01:36:39,251
ନିଶ୍ଚୟ ସେମାନେ ଆମେ ପଛରେ ପଛରେ ଆସିକରି

132
01:36:39,251 --> 01:36:40,127
ଆମ ଗାଁରେ ପହଞ୍ଚିଯିବେ ।"

133
01:36:41,337 --> 01:36:45,049
ଏଇ କଥା ମୁଦୁଲି ମଧ୍ୟ ଭାବିଲା, "ହଁ ସତକଥା ।

134
01:36:46,300 --> 01:36:47,259
ୟାକୁ ଚୋରେଇନବା ।

135
01:36:47,843 --> 01:36:50,638
ଆଉ ତା' ପରେ ସେମାନେ ଆସିବେ ।"

136
01:36:52,389 --> 01:36:55,017
'ଏ ଦୁହେଁ ଛୁଆକୁ ଚୋରାଇ ଆଣିଲେ,

137
01:36:55,267 --> 01:36:58,812
ଗେହ୍ଲେଇ କାଖେଇ ବଡ଼ ଗାଁରେ ପହଞ୍ଚିଲେ ।

138
01:36:59,772 --> 01:37:02,983
ବାକୁ ଭାରିଜା ଘରେ ନ ଦେଖି ପୁଅକୁ,

139
01:37:02,983 --> 01:37:06,445
ବାକୁଠିକୁ ଗଲା ଧାଇଁ କହିବାକୁ ।

140
01:37:07,029 --> 01:37:09,740
ବାକୁ ଆଣିଲା ଲଙ୍ଗଳ ବଳଦ,

141
01:37:09,740 --> 01:37:15,120
ଭାରିଜା ସଙ୍ଗେ ନାଗ ବାଘ ।

142
01:37:18,040 --> 01:37:19,291
ଏମାନେ ଯେତେବେଳେ ଦେଖି...

143
01:37:19,625 --> 01:37:21,043
..ପିଲାଟାକୁ ନେଇ ଚାଲିଆସିଲେ

144
01:37:22,711 --> 01:37:25,172
ବାକୁର ସ୍ତ୍ରୀ ଘରକୁ ପାଣି ନେଇକିରି ଆସିଲା

145
01:37:25,339 --> 01:37:26,507
ଦେଖିଲା ତା' ପୁଅ ନାହିଁ

146
01:37:27,258 --> 01:37:28,050
ବଡ଼ ଆଶ୍ଚର୍ଯ୍ୟ ହେଇଗଲା

147
01:37:28,050 --> 01:37:29,218
ଆରେ ପୁଅକୁ ମୁଁ ଏଠି ଶୁଏଇଦେଇଥିଲି ।

148
01:37:29,218 --> 01:37:30,135
ଗଲା କୁଆଡ଼େ?

149
01:37:30,469 --> 01:37:32,263
ସେ ପୁଅକୁ ପାଇଲାନି ଯେମିତି,

150
01:37:32,638 --> 01:37:34,682
ସେ ଯାଇକରି ତା' ସ୍ୱାମୀକୁ ସେ କହିଲା,

151
01:37:34,807 --> 01:37:36,767
"ଏଇଠି ଦେଖ...ଏମିତି ଛୁଆକୁ ଶୁଏଇକରି

152
01:37:36,767 --> 01:37:37,560
ପାଣି ଆଣିଯାଇଥିଲି ।

153
01:37:38,143 --> 01:37:39,186
ଆଉ ଛୁଆ ନାହିଁ ।"

154
01:37:39,687 --> 01:37:41,146
ସେଠୁ ଶୀଘ୍ର ସେ ପଳେଇଆସିଲା...

155
01:37:41,981 --> 01:37:42,940
..ବାକୁ ବାନ୍ଦ୍ରା ।

156
01:37:43,816 --> 01:37:47,278
ଆସିକରି ଦେଖିଲା...ସତକଥା ପୁଅକୁ କିଏ ନେଇଯାଇଚି ।

157
01:37:47,570 --> 01:37:49,321
ଆଉ ସେ ଅନୁମାନ କଲା,

158
01:37:49,530 --> 01:37:51,156
ବଣ ହାଣିହାଣି କରି

159
01:37:51,156 --> 01:37:52,741
ସେମାନେ ଯଉ ରାସ୍ତାକରି ଆସିଥିଲେ ।

160
01:37:53,075 --> 01:37:53,701
ସେଠୁ ଜାଣିଲା

161
01:37:53,701 --> 01:37:54,952
ହଁ ଏପଟେ କଉମାନେ ଆସିଥିଲେ

162
01:37:54,952 --> 01:37:55,661
ଆଉ ନେଇଯାଇଛନ୍ତି

163
01:37:56,120 --> 01:37:59,540
ସେଠୁ ବାକୁ ତା' ସ୍ୱାମୀ...ତା' ସ୍ତ୍ରୀକୁ ଧରିଲା,

164
01:37:59,915 --> 01:38:03,127
ଆଉ ଯଉ ଜୁଆଳି, ନାଗ ସାପ, ବାଘ, ବଳଦ...

165
01:38:03,252 --> 01:38:05,004
ତା' ଚାଷ କରିବା ଜିନିଷକୁ ଧରି

166
01:38:05,254 --> 01:38:07,590
ସେଠୁ ସେ...ସେ ରାସ୍ତା ଦେଇଦେଇ ଆସିଲା ।

167
01:38:08,048 --> 01:38:10,759
ଆସିଆସି କରି ସିଧା ମୁଦୁଲିପଡ଼ାରେ ପହଞ୍ଚିଲା ।

168
01:38:14,930 --> 01:38:18,809
'ବାକୁ ଆଣିଲା ଲଙ୍ଗଳ ବଳଦ,

169
01:38:18,809 --> 01:38:22,062
ଭାରିଜା ସଙ୍ଗେ ନାଗ ବାଘ

170
01:38:22,438 --> 01:38:25,441
ବୁର୍କା ନାଗା ଆସିଥୁବା ବାଟ ଦେଖି,

171
01:38:25,566 --> 01:38:29,528
ବାକୁ ପହଁଞ୍ଚିଲା ବଡ଼ଗାଁ ତନଖି .

172
01:38:30,738 --> 01:38:33,157
ବଡ଼ଗାଁ ର ସମସ୍ତ ଲୋକ,

173
01:38:33,157 --> 01:38:36,577
ବାକୁକୁ କଲେ ଠାକୁର ପୂଜକ ।

174
01:38:37,161 --> 01:38:39,705
ବାକୁ କହିଲା ବିହନ ରୁଣ୍ଡେଇ ମାପିବି,

175
01:38:39,705 --> 01:38:42,958
ବଡ଼ଠାକୁରଠି ବିହନ ପୂଜା ମୁଁ କରିବି ।

176
01:38:43,375 --> 01:38:46,086
ବାକୁକୁ ମୁଦୁଲି ମାଣ ଧରାଇଲା,

177
01:38:46,295 --> 01:38:49,590
ତା ନାମରେ ମାନ୍ଦ୍ରା ସଂଜ୍ଞା ଯୋଗ ହେଲା ।'

178
01:38:51,508 --> 01:38:55,721
ବାକୁ ତା' ସ୍ତ୍ରୀ, ଲଙ୍ଗଳ, ବାଘ ସବୁ ଧରିକରି

179
01:38:55,721 --> 01:38:58,098
ଯେତେବେଳେ ଧୀରେଧୀରେ ଆସି ପହଞ୍ଚିଗଲା ମୁଦୁଲିପଡ଼ାରେ,

180
01:38:58,974 --> 01:39:02,519
ମୁଦୁଲିପଡ଼ାରେ ତା' ପୁଅକୁ ସୁନ୍ଦର ସହିତ ଗେହ୍ଲ କରିକରି

181
01:39:02,645 --> 01:39:04,480
ବଡ଼ ଆଦର କରିକରି ସେମାନେ ରଖିଥିଲେ ।

182
01:39:05,022 --> 01:39:07,524
ବାକୁକୁ...ଆସିବାରୁ ତାକୁ...ସମସ୍ତେ ଗାଁଲୋକମାନେ ବୁଝେଇଲେ

183
01:39:08,025 --> 01:39:09,818
..ସମସ୍ତେ ଗାଁଲୋକମାନେ ବୁଝେଇଲେ,

184
01:39:09,985 --> 01:39:10,986
"ଯେ ଆମର ଏମିତି ଅବସ୍ଥା ।

185
01:39:11,362 --> 01:39:12,988
ଆମର ଚାଷବାସ ବିଲୁକୁଲ ହେଲାନାହିଁ ।

186
01:39:13,280 --> 01:39:14,990
ଆମକୁ ସ୍ୱପ୍ନରେ ଭଗବାନ ଏମିତି କହିଲେ ।

187
01:39:14,990 --> 01:39:16,075
ବଡ଼ଠାକୁର କହିଲେ ।

188
01:39:16,075 --> 01:39:17,368
ତେଣୁ ତୋତେ ଆମେ...ଏମିତି କରି...

189
01:39:17,368 --> 01:39:18,786
..ଏଇ କାମ କରିବାକୁ ପଡ଼ିଲା ।

190
01:39:19,078 --> 01:39:20,037
ଏଣୁ କ୍ଷମା କର ।

191
01:39:20,162 --> 01:39:23,332
ଆଉ ତମେ କେମିତି ଆମ ଗାଁରେ ଧାନ ବିହନ ପୂଜା କର ।"

192
01:39:23,666 --> 01:39:26,126
ବାକୁ ଏମାନଙ୍କର ସ୍ଥିତିକୁ ଅନୁଭବ କଲା ।

193
01:39:26,293 --> 01:39:27,044
ଜାଣିଲା ।

194
01:39:27,753 --> 01:39:28,462
ଭଲ ଲୋକ ସେ ।

195
01:39:28,587 --> 01:39:30,005
ବିଚାର କଲା-ନାଇଁ ନାଇଁ ଠିକ କଥା ।

196
01:39:30,255 --> 01:39:33,467
ମୁଁ ଏଠି ପୂଜା କରିବି ବୋଲିକିରି...ସେ ସେଠି...ରହିଲା ।

197
01:39:33,467 --> 01:39:34,843
ସେମାନଙ୍କର କଥାରେ ମାନିଲା ।

198
01:39:34,843 --> 01:39:37,638
ତାକୁ ବର୍ତ୍ତମାନ ଶିବମନ୍ଦିର ଥିବା ପାହାଡ଼ରେ...

199
01:39:37,638 --> 01:39:38,847
..ତାକୁ ଜାଗା ଦେଇଦେଲେ ।

200
01:39:39,181 --> 01:39:40,474
ସେଠି ସେ ରହିଲା

201
01:39:40,474 --> 01:39:43,936
ଏବଂ...ମାଘମାସରେ...ଧାନ ବିହନ ପୂଜାକଲା ।

202
01:39:44,728 --> 01:39:47,690
' ମୁଦୂଲି କିର୍‌ଶାନି ଲୋକ ବାକୁକୁ ଆଣିଛନ୍ତି,

203
01:39:48,023 --> 01:39:50,526
ଏମାନେ ମଇତ୍ର ହୋଇଛନ୍ତି ।

204
01:39:50,984 --> 01:39:54,154
ଏମାନେ ଏକ ପୂଜା ଚରୁଅନ୍ନ ଖାଇଛନ୍ତି,

205
01:39:54,154 --> 01:39:56,949
ଏଣୁ ପରସ୍ପରେ ବିବାହ ନ ହୁଅନ୍ତି ।

206
01:39:57,199 --> 01:40:00,494
ମାଘ ସୋମବାରେ ଧାନ ମପା ହେଉଛି,

207
01:40:00,828 --> 01:40:04,289
ବଡ଼ଠାକୁରଠି ମାନ୍ଦ୍ରା ପୂଜାକରିଆସୁଛି ।'

208
01:40:05,457 --> 01:40:09,253
ବାକୁକୁ ପୂଜାକରିବା ପାଇଁ ମାଣଧରେଇଦେଲେ ।

209
01:40:09,878 --> 01:40:12,214
ମାଣରେ ମାପି ଧାନବିହନ ପୂଜାକଲା ।

210
01:40:12,548 --> 01:40:15,926
ତେଣୁ ତା'ର ସାଜ୍ଞା ହେଇଗଲା "ମାନ୍-ଧରା" ।

211
01:40:16,427 --> 01:40:19,596
ବର୍ତ୍ତମାନ ତାଙ୍କୁ ଆମେ ତାଙ୍କୁ ମାନ୍ଦ୍ରା ବୋଲିକିରି କହୁଚୁ ।

212
01:40:20,055 --> 01:40:21,890
ସେ ମାଣ ଧରିଥିବାରୁ "ମାନ-ଧରା" ହେଲା ।

213
01:40:22,349 --> 01:40:24,601
ସେ ମାଘ ମାସରେ ପୂଜାପାଠ ସେ କଲା ।

214
01:40:24,977 --> 01:40:28,856
ଆଉ ଏଇ ମୁଦୁଲି କିର୍ସାନି ଲୋକମାନେ ମିଶି ତାକୁ ଆଣିଥିବାରୁ,

215
01:40:29,064 --> 01:40:31,066
ଗୋଟିଏ ସରୁ ଚରୁଅନ୍ନ ଖାଇଲେ,

216
01:40:31,275 --> 01:40:32,192
ମଇତ୍ର ହେଲେ ।

217
01:40:32,192 --> 01:40:35,571
ତେଣୁ ନିଜ ପରସ୍ପର ମଧ୍ୟରେ ବିବାହ ତାଙ୍କର ହେଉନାହିଁ ।

218
01:40:35,946 --> 01:40:40,409
ଆଜି ସେଇ ମାନ୍ଦ୍ରା ପରିବାର ପ୍ରାୟ ଦୁଇଶହ ଘର ହେଇଗଲାଣି ।

219
01:40:40,784 --> 01:40:42,494
ସେମାନେ ସେଇ ଦାନ୍ତିପଡ଼ା ଗାଁ..

220
01:40:42,745 --> 01:40:45,664
ଆଜି ପର୍ଯ୍ୟନ୍ତ ତାଙ୍କର...ଝିଅମାନଙ୍କୁ...

221
01:40:45,664 --> 01:40:47,416
..ଏଇ ମୁଦୁଲିପଡ଼ା, ବନ୍ଧଗୁଡ଼ା, ପଡ଼େଇଗୁଡ଼ା...

222
01:40:47,416 --> 01:40:49,460
..କୌଣସି..କେହି ବାହା ହୁଅନ୍ତି ନାହିଁ ।

223
01:40:49,710 --> 01:40:52,296
ସେଇ କଥାଟାକୁ ସେମାନେ ଆଜି ପର୍ଯ୍ୟନ୍ତ ପାଳିଚଳୁଚନ୍ତି ।

224
01:40:53,046 --> 01:40:54,465
ଏବଂ ତାଙ୍କୁ ସମ୍ମାନ ଦିଅନ୍ତି ।

225
01:40:55,007 --> 01:40:58,427
ପୂଜାଦିନ ବହୁ ଆଦର ସମ୍ମାନ ସହ ତାଙ୍କୁ ଡାକିଆଣନ୍ତି ।

226
01:40:58,761 --> 01:41:01,680
ମାଘମାସ ପାଟଖଣ୍ଡା ପାଖରେ ସେ ଧାନ ବିହନ ପୂଜାକରିଆସୁଚି ।
